best news portal development company in india

fish skin may dangour for your health know details here – News18 ଓଡିଆ

SHARE:

News18 local

Fish Skin: ମାଛ ଶରୀର ପକ୍ଷେ ଖୁବ୍ ଉପକାରୀ। ମାଛ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ହୃତପିଣ୍ଡ ସ୍ୱାସ୍ଥ୍ୟରେ ଉନ୍ନତି, ମସ୍ତିଷ୍କ କାର୍ଯ୍ୟ ବୃଦ୍ଧି ଓ ପ୍ରଦାହ ହ୍ରାସ ଆଦି ମାଛର ଅନେକ ଉପକାରୀ ଗୁଣ ରହିଛି। ଏହା ପ୍ରୋଟିନ୍, ଭିଟାମିନ ଓ ଖଣିଜ ପଦାର୍ଥର ଏକ ବିରାଟ ଉତ୍ସ। ମାଛରେ ବିଶେଷକରି ଓମେଗା-3 ଫ୍ୟାଟି ଏସିଡ୍ ବହୁଳ ମାତ୍ରରେ ରହିଥାଏ। ଏହି ପୋଷକ ତତ୍ତ୍ୱଗୁଡ଼ିକ ହୃଦୟ ସ୍ୱାସ୍ଥ୍ୟ, ମସ୍ତିଷ୍କ ବିକାଶ ଓ ସାମଗ୍ରିକ ସୁସ୍ଥତା ସମେତ ବିଭିନ୍ନ ଶାରୀରିକ କାର୍ଯ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ମାତ୍ର ପ୍ରତିଦିନ ମାଛ ଖାଇବା ଆପଣଙ୍କ ପାଇଁ ଘାତକ ମଧ୍ୟ ସାବ୍ୟସ୍ତ ହୋଇପାରେ। ଯଦି ଆପଣ ଜଣେ ମଧୁମେହ ରୋଗୀ ତେବେ ମାଛ ଆପଣଙ୍କ ଗୁରୁତର କ୍ଷତି ସାଧନ କରିପାରେ। ବିଶେଷ କରି ମାଛର ଚର୍ମ ଆପଣଙ୍କୁ ଅନେକ କ୍ଷତି ପହଞ୍ଚାଇପାରେ। ମାଛର ଚର୍ମ ଓ ମାଂସ ମଧ୍ୟରେ ଏକ ମୋଟା ଚର୍ବିର ପରସ୍ତ ରହିଛି। ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରର କୋଲେଷ୍ଟ୍ରାଲ ବୃଦ୍ଧି ପାଇବାର ସମ୍ଭାବନା ରହିଥାଏ। ରୋହି, ଭାକୁର ଭଳି ବଡ ବଡ ମାଛରେ ଏଭଳି ପରସ୍ତ ଦେଖିବାକୁ ମିଳିଥାଏ । ଯାହାକୁ ଖାଇବା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ।

ମଧୁମେହ ରୋଗୀଙ୍କଠାରେ ଉଚ୍ଚ କୋଲେଷ୍ଟ୍ରଲ୍ ହୃଦୟର ସ୍ୱାସ୍ଥ୍ୟକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ କରେ, ଯାହା ହୃଦ୍‌ରୋଗ ଏବଂ ଷ୍ଟ୍ରୋକର ଆଶଙ୍କା ବୃଦ୍ଧି କରେ। ମାଛ ଚର୍ମରେ ଥିବା ଚର୍ବିର୍ ପରସ୍ତ ଏହାର ଏକ ମୁଖ୍ୟ କାରଣ ହୋଇପାରେ।
ଏହା ଭଲ କୋଲେଷ୍ଟ୍ରଲ (HDL) କମ କରିଥାଏ ଓ ଖରାପ କୋଲେଷ୍ଟ୍ରଲ (LDL) ଏବଂ ଟ୍ରାଇଗ୍ଲିସେରାଇଡସ୍ ବୃଦ୍ଧି କରିଥାଏ । ଏହା ଏକ ମିଶ୍ରଣ ଯାହା ଧମନୀରେ ପ୍ଲାକ୍ ଜମାକୁ ତ୍ୱରାନ୍ୱିତ କରିଥାଏ।। ଏହା କରୋନାରୀ ଧମନୀ ରୋଗ ଓ ପେରିଫେରାଲ ଧମନୀ ରୋଗ ଭଳି ପରିସ୍ଥିତି ସୃଷ୍ଟି କରିପାରେ, ଯାହା ମଧୁମେହ ସହିତ ଜଡିତ ସ୍ୱାସ୍ଥ୍ୟ ବିପଦକୁ ଆହୁରି ବଢ଼ାଇଥାଏ।

ତେଣୁ ମଧୁମେହ ରୋଗୀମାନେ ମାଛ ଖାଇବା ସମୟରେ ଏହାର ଚର୍ମକୁ ହଟାଇ ସେବନ କରିବା ଆବଶ୍ୟକ। ଆପଣ ଏହି ସମୟରେ ସାଲମନ ଭଳି କିଛି ହାଇ ଓମେଗା 3 ଫ୍ୟାଟି ଏସିଡ ଥିବା ମାଛ ଖାଇପାରିବେ। ଏଥି ସହ ଯଦି ଆପଣ ଚିଙ୍ଗୁଡ଼ି ଖାଉଥାନ୍ତି ତେବେ ଏହାର ଚୋପାକୁ ଭଲ ଭାବେ ହଟାଇ ଧୋଇବା ପରେ ରୋଷେଇ କରିପାରିବେ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Focus Odisha TV
Author: Focus Odisha TV

Leave a Comment